ଅନଲାଇନ ମନି ଗେମ ନିଷିଦ୍ଧ |

28

କଟକ,(ଉତ୍କଳ ନ୍ୟୁଜ),୨୨.୦୮.୨୦୨୫ : ଅନଲାଇନ ମନି ଗେମ ବା ଟଙ୍କା ଲଗାଯାଉଥିବା ଗେମଗୁଡିକୁ ନିଷିଦ୍ଧ କରିବା ଲାଗି ଆଗତ କରାଯାଇଥିବା "ଅନଲାଇନ ଗେମିଙ୍ଗର ପ୍ରସାର ଓ ନିୟନ୍ତ୍ରଣ ବିଲ ୨୦୨୫" ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି | ସଂସଦର ଉଭୟ ଗୃହରେ ପାସ ହୋଇଥିବାରୁ ତାହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ | ଏହି ବିଲରେ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ | ଅର୍ଥହାନୀ , ଆତ୍ମହତ୍ୟା , ଋଣଯନ୍ତା ,ଆର୍ଥିକ ଠକେଇ ,ମନି ଲଣ୍ଡିରିଂ କାରଣ ପାଲଟିଥିବା ମନି ଗେମଗୁଡିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ | ସେଗୁଡିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ | ଏହି ବିଲରେ ଟଙ୍କା ଲଗାଯାଉଥିବା ଗେମଗୁଡିକୁ ନିଷିଦ୍ଧ କରିବା ଏବଂ ଇ-ସ୍ପୋର୍ଟସ ଓ ସୋସିଆଲ ଗେମଗୁଡିକର ପ୍ରସାର କରିବା ଲାଗି ବ୍ୟବସ୍ଥା ରହିଛି | କାହିଁକି ଟଙ୍କା ଲଗାଯାଉଥିବା ଗେମଗୁଡିକୁ ନିଷିଦ୍ଧ କରିବାକୁ ସରକାର ଚାହିଁଲେ ତାହାର କାରଣ ସମ୍ପର୍କରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି | ସେ କହିଛନ୍ତି ଯେ ମନି ଗେମ ଏକ ନିଶାରେ ପରିଣତ ହୋଇଛି | ଏଥିରେ ଟଙ୍କା ହରାଇବାର ଥିବା ବିପଦକୁ ଲୋକମାନେ ଜାଣିପାରୁନାହାନ୍ତି | ରାତାରାତି ଧନୀ ହୋଇଯିବ ଆଶାରେ ଦେଶର କୋଟି କୋଟି ଲୋକ ନିଜ ସଞ୍ଚିତ ଅର୍ଥକୁ ଗେମରେ ଲଗାଉଛନ୍ତି |