ଆଠଗଡ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ନଅ କ୍ରାନ୍ତି ଦିବସ ପାଳନ |

38

କଟକ (ଉତ୍କଳ ନ୍ୟୁଜ ) ୧୧ - ୦୮-୨୦୨୫: ଆଠଗଡ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ନଅ କ୍ରାନ୍ତି ଦିବସ ପାଳନ କରାଯାଇଛି। ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଥିଲା । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା, ଉକ୍ତ ସଭା ରେ ମୁଖ୍ଯ ଅତିଥି ଭାବରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କ୍ରାନ୍ତି ଦିବସ ପାଳନର ଯଥାର୍ଥ ଉପରେ ବୁଝାଇଥିଲେ।

ଅନ୍ୟତମ ବକ୍ତା ଭାବରେ ବରିଷ୍ଠ ସାମ୍ୱାଦିକ ସତୀଶ ମିଶ୍ର ଯୋଗଦେଇ ବର୍ତ୍ତମାନ ରାଜ୍ୟରେ ଛାତ୍ର ଛାତ୍ରୀ ମାନେ ଯେଉଁଭଳି ଅତ୍ୟାଚାର ର ସମ୍ମୁଖୀନ ହେଉଛନ୍ତି ଏଥିପାଇଁ ଜଣ ଜଣ ଙ୍କୁ ବିପ୍ଲବୀ ହେବାକୁ ସେ ଆହ୍ବାନ ଦେଇଥିଲେ। ଆଠଗଡ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |