ନୂଆଦିଲ୍ଲୀର ଅନୁଷ୍ଠିତ ସେମିକନ ଇଣ୍ଡିଆ ୨୦୨୫ରେ ୨୬୫୫ କୋଟିର ଏମଓୟୁ ବୁଝାମଣାପତ୍ର ସ୍ଵାକ୍ଷର କଲେ ମୁଖ୍ୟମନ୍ତ୍ରୀ |

24

କଟକ,(ଉତ୍କଳ ନ୍ୟୁଜ),୪.୦୯.୨୦୨୫ : ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ ଇଣ୍ଡିଆ ୨୦୨୫ କୋଟି ଟଙ୍କାର ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି | ଟପଟ୍ରାକ ହାଇ-ଟେକ ପିସିବି ପ୍ରାଇଭେଟ ଲିମିଟେଡ଼ ସହ ୧୦୦୫ କୋଟି ଟଙ୍କାର ଏବଂ ସାନକୋଡ଼ଟେକ ସହ ୧୬୫୦ କୋଟି ଟଙ୍କାର ରାଜିନାମା ହୋଇଛି | ସାନକୋଡ଼ଟେକ ତରଫରୁ ସିଲିକନ କନେକଟ , ଇରାନୀ ଆମେରଟ୍ରଉନ ବର୍ହାଡ଼ ଓ ଅପିଆଇଆରସି ପେନାଙ୍ଗ ସହଯୋଗୀତାରେ ପ୍ରକଳ୍ପ ସ୍ଥାପନ କରାଯିବ | ଓଡିଶାକୁ ସେମି କଣ୍ଡକ୍ଟର ଓ ଅତ୍ୟାଧୁନିକ ଇଲେକଟ୍ରୋନିକ୍ସ ଶିଳ୍ପର ପସନ୍ଦର ବିଶ୍ୱସ୍ତରୀୟସ୍ଥଳରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି |