ଯମୁନାରେ ଭୟଙ୍କର ବନ୍ୟା |

29

କଟକ,(ଉତ୍କଳ ନ୍ୟୁଜ),୪.୦୯.୨୦୨୫ : ଗତ ୩ ଦିନର ଲଗାଣ ବର୍ଷାରେ ଦିଲ୍ଲୀ ସହର ଅଚଳ ହୋଇଯାଇଛି ଏବଂ ଆଜି ମଧ୍ୟ ବର୍ଷା ଜାରି ରହିଥିବାରୁ ସ୍ଥିତି ବିଗୁଡୁଛି | ଦିଲ୍ଲୀ- ଏନସିଆର , ପଡୋଶୀ ନୋଏଡା , ଗୁରୁଗ୍ରାମ , ଗଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦୀ ସମସ୍ୟା ସାଙ୍ଘାତିକ ରୂପ ନେଇଛି | ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟୁଛି | ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି | "ମଜନୁ କା ତିଲା" ଅଞ୍ଚଳରେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି | ମଦନପୁର ଖଦର ଏବଂ ବାଦରପୁରରେ ଶତାଧିକ ପରିବାର ଏବେ ଅସ୍ଥାୟୀ ଶିବିରରେ ରହୁଛନ୍ତି | ଆଜି ଅପରାହ୍ନରୁ ଯମୁନା ନଦୀ ଜଳ ୨୦୭ ମିଟର ଉପରେ ପ୍ରବାହିତ ହୋଇଛି |