ଭାରତକୁ ବାୟୁ ପ୍ରତିରକ୍ଷା ଏସ-୪୦୦ ଯୋଗାଇବ ରୁଷ |

18

କଟକ,(ଉତ୍କଳ ନ୍ୟୁଜ),୪.୦୯.୨୦୨୫ : ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୃଦୁଢ କରିବା ପାଇଁ ରୁଷ ସହ ଚର୍ଚ୍ଚା ସଫଳ ହୋଇଛି | ଭାରତକୁ ଅଧିକ ଏସ-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ମଧ୍ୟ ସଂକେତ ଦେଇଛି | ୨୦୧୮ରେ ହୋଇଥିବା ୩୯,୦୦୦ କୋଟି ଟଙ୍କାର ଚୁକ୍ତି ଅନୁଯାୟୀ ମୋଟ ୫ଟି ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରୁ ୩ଟି ୨୦୨୧-୨୦୨୩ ମଧ୍ୟରେ ଭାରତ ହାସଲ କରିଥିଲା | ଅବଶିଷ୍ଟ ୨ଟି ସିଷ୍ଟମ ୨୦୨୬-୨୦୨୭ରେ ପହଂଚିବ ବୋଲି ସୂଚନା ମିଳିଛି |