ଧୋକା ଦେଲା ଗୁଗଲ ମ୍ୟାପ ,ଗାଁକୁ ମାଡ଼ି ଗଲା ଟ୍ରକ, ଭାଙ୍ଗି ଗଲା ଘର।

209

କଟକ (ଉତ୍କଳ ନ୍ୟୁଜ ) ୦୧-୦୧-୨୦୨୬ : ଧୋକା ଦେଲା ଗୁଗଲ ମ୍ୟାପ । ଗାଁକୁ ମାଡ଼ି ଗଲା ଟ୍ରକ, ଭାଙ୍ଗି ଗଲା ଘର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚନ୍ଦବାଲିରେ । ସୂଚନା ଅନୁଯାଇ, ଆଜି ଭୋର ସମୟରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା ନୂଆକରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉ ଥିଲେ। ମାତ୍ର ଭଦ୍ରକ-ଚନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରକୁ ନେଇ ଯାଇଥିଲେ । ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା। ତାଙ୍କର ଆଜଵେଷ୍ଟ ଘର ଅଳ୍ପକେ ଭାଙ୍ଗି ଯାଇଥିଲା। ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।