କଟକ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ |

29

କଟକ ( ଉତ୍କଳ ନ୍ୟୁଜ ) ୦୬-୦୪-୨୦୨୬ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପତାକା ଦେଖାଇ ଏହି ଗଣଦୌଡର ଶୁଭାରମ୍ଭ କରିଥିଲେ l  ଓଡିଶାର ସଂସ୍କୃତି,  ପରମ୍ପରା, ଓଡ଼ିଆ ଅସ୍ମିତା ତଥା ବିକଶିତ ଓଡିଶାର  ସ୍ଵପ୍ନକୁ ପୂରଣ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡର ମୁଖ୍ୟ ଉଦ୍ଦେଶ୍ୟ। ଆଜିର ଏହି ଐତିହ୍ୟ ଦୌଡ଼ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଆମର ସମୃଦ୍ଧ ଅତୀତ ସହ ଯୋଡ଼ି ହେବାର ଏକ ମାଧ୍ୟମ।ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଜୟ ବେହେରା , ଜିଲ୍ଲାସ୍ତରୀୟ ଅଧିକାରୀ ଓ  କର୍ମଚାରୀଙ୍କ ସହ  ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୫୦ରୁ ଉର୍ଦ୍ଧ  ଛାତ୍ରଛାତ୍ରୀ ଏହି ଐତିହ୍ୟ ଗଣଦୌଡରେ ଅଂଶଗ୍ରହଣ କରିଥିଲେ ।

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ ଗଡଖାଇ, ଦୟା ଆଶ୍ରମ, ବିଜୁ ପଟ୍ଟନାୟକ ଛକ ଦେଇ  ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା। ଓଡିଶା ଅଲିମ୍ପିକ ଆସୋସିଏସନ  ସମ୍ପାଦକ ଶ୍ରୀ ଅଭିଜିତ ପାଲ, ଓଡ଼ିଶା ବାସ୍କେଟବଲ ଆସୋସିଏସନ ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ପରିଡା, ସାଇକଲିଙ୍ଗ ଆସୋସିଏସନ ସମ୍ପାଦକ ଶ୍ରୀ ପ୍ରସନ୍ନ ରାଉତ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ଅଫିସର ଇନ ଚାର୍ଜ ଶ୍ରୀ ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।