ଓଡ଼ିଆ ପୁସ୍ତକ ପଠନ ପ୍ରତି ରୁଚି ସୃଷ୍ଟି କରୁଛି “ଆସ ବହିଟିଏ କିଣିବା |

20

କଟକ ( ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ ; ଓଡ଼ିଆ ପୁସ୍ତକ ପଢା ପ୍ରତି ରୁଚି ବୃଦ୍ଧି କରିବା ତଥା ପ୍ରସିଦ୍ଧ ଓଡ଼ିଆ ଲେଖକମାନଙ୍କ ଅନବଦ୍ୟ କୃତିଗୁଡିକ ଜନସାଧାରଣଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଓ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କମଲଜିତ୍ ଦାସ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ଡିଜିଟାଲ ଯୁଗରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ପୁସ୍ତକ କ୍ରୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମରେ ରାଜ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।