କଟକ (ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ କୋହ୍ଲ ଗ୍ରାମର ସୁବାସ ସାହୁ (୫୯)ନାମକ ଜଣେ ବ୍ୟବସାୟୀ ଗୁରୁବାର ପୂର୍ବାହ୍ନରେ ଛାତରୁ ଖସିପଡି ପ୍ରାଣ ହରାଇଥିବା ଜଣା ଯାଇଛି। ସୁବାସ ତାଙ୍କ ଘର ଛାତ ଉପରେ ପରିଷ୍କାର କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।