କଟକ: ( ଉତ୍କଳ ନ୍ୟୁଜ ) ୧୦-୦୪-୨୦୨୬ : କଟକ ନଗର (ଜିଲ୍ଲା) କଂଗ୍ରେସ ର ନବନିଯୁକ୍ତ ସଭାପତି ସାନ୍ତାୟନ ମିଶ୍ର ଆଜି କଟକ ସହରର ଖାନନଗର ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାପାଠ କରିବା ସହ ପ୍ରସାଦ ସେବନ ଆଳରେ ଏକାଠି ହୋଇଥିଲେ ହଜାରେରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ ମାନେ।କଟକ ନଗର କଂଗ୍ରେସ ଅଧିନସ୍ଥ ସମସ୍ତ ୫୯ ଗୋଟି ୱାର୍ଡ ଓ ୯ ଗୋଟି ବ୍ଲକରୁ ସମସ୍ତ ୱାର୍ଡ କର୍ମକର୍ତ୍ତା,ବ୍ଲକ୍ କର୍ମକର୍ତ୍ତା,ସହ ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ଆଜିର ଏହି ବନ୍ଧୁମିଳନରେ କୌଣସି ବୈଠକ ହୋଇନଥିଲେ ମଧ୍ୟ କେବଳ ପୂଜାପାଠ ଓ ପ୍ରସାଦ ସେବନ ଆଳରେ ସଂଗଠନର ପ୍ରଥମ ମୂଳଦୁଆ ପଡ଼ିଥିବା ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ଆଇଏନଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ,ପୂର୍ବତନ ବିଧାୟକ ରବି ମଲ୍ଲିକ,ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତିଙ୍କ ସମେତ କର୍ପୋରେଟର ଜେ.କାମେଶ୍ଵର ରାଓ,ସନ୍ତୋଷ ଭୋଳ,ଶୁଭାଶିଷ ପଟ୍ଟନାୟକ,ବଟକୃଷ୍ଣ ସାହୁ,ଜନାର୍ଦ୍ଦନ ପରିଡ଼ା,କଂଗ୍ରେସ ନେତା ବିଶ୍ୱଜିତ୍ ଦାସ,ମାନସ ପରିଡ଼ା,ଜଗନ୍ନାଥ ସାହୁ,ଅମ୍ରିତା ଦାସ,ରାମଚନ୍ଦ୍ର ଗୋଚ୍ଛାୟତ,ହରିହର ପରିଡ଼ା,ସୁବାସ ସୁବୁଦ୍ଧିରାୟ,ଫେଲୁ ପଟ୍ଟନାୟକ,ବିପ୍ଳବ ଶିଳାଦିତ୍ୟ,ହରିଶଙ୍କର ରାଉତ୍,ରାଜେଶ୍ ସ୍ୱାଇଁ,ରାଜେନ୍ଦ୍ର ପଟ୍ଟନାୟକ,ଶିଶିର ରଥ,ତୃପ୍ତି ଦାସ,ଦିଲ୍ଲୀପ ଦଳାଇ,ଅଲେଖ ଚନ୍ଦ୍ର ବେହେରା,ନିର୍ମଳ ସ୍ୱାଇଁ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ,ବରଦା ସାହୁ,ପ୍ରଦୀପ ପ୍ରଧାନ,ପ୍ରମୁଖ ଯୋଗଦେଇ ନବନିଯୁକ୍ତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ସାନ୍ତାୟନ ମିଶ୍ରଙ୍କ ନେତୃତ୍ୱରେ କଟକ ସହରରେ କଂଗ୍ରେସ ମଜବୁତ୍ ହେବା ସହ ଆଗକୁ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଦୁର୍ବାର ଆନ୍ଦୋଳନ ହେବ ବୋଲି ସଭାପତି କହିଥିଲେ ।