ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଅପ୍ରେଲ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଲେ ଜିଲ୍ଲାପାଳ |

39

କଟକ ( ଉତ୍କଳ ନ୍ୟୁଜ ) ୨୩-୦୪-୨୦୨୬ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପୁଣି ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିର୍ଦ୍ଦେଶ ଅନୁସାରେ ଚଳିତ ଅପ୍ରେଲ ମାସ ୨୪, ୨୫ ଓ ୨୭ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହି ଅନ ଲାଇନ କ୍ଲାସ କରିପାରିବେ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜଗୁଡ଼ିକ ମଧ୍ୟ ଉକ୍ତ ସମୟ ମଧ୍ୟରେ ବନ୍ଦ ରହିବ। ତେବେ, ପୂର୍ବନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିୟମିତ ସୂଚୀ ଅନୁଯାୟୀ ହେବ। ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ଜିନିଷ ଘରକୁ ଦେବା ନିମନ୍ତେ ଶ୍ରୀ  ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।  ଏଠାରେ ସୂଚନାଯୋଗ୍ୟ ଯେ , ପୂର୍ବରୁ ପ୍ରାତଃ ଘ୬. ୩୦ମି ଠାରୁ ସକାଳ ୯ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଓ ପରେ ୨୦ ତାରିଖରୁ ଛୁଟି ଘୋଷଣା କରାଯାଇଥିଲା । ବର୍ତ୍ତମାନ ଗ୍ରୀଷ୍ମ  ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ କରି ପୁନର୍ବାର ସମୀକ୍ଷା କରାଯାଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉପଯୁକ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଅବଲମ୍ବନ କରି ଜନଗଣନା କାର୍ଯ୍ୟ ଜାରି ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।