ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ |

29

କଟକ (ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୬ : ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ଜିଲ୍ଲା ସ୍ୱାସ୍ଥ୍ୟ ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅଶୋକ କୁମାର ମିଶ୍ର ଯୋଗଦେଇ ମ୍ୟାଲେରିଆ ର କାରଣ, ନିରାକରଣ ଓ ମ୍ୟାଲେରିଆ ଦିବସ ପାଳନ କରିବାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସ୍ମୃତି ରଞ୍ଜନ ରାଉତ ମ୍ୟାଲେରିଆ ର ଲକ୍ଷଣ, ମ୍ୟାଲେରିଆ ନିରାକରଣ ନିମନ୍ତେ ପ୍ରତିରୋଧ ମୂଳକ ପଦକ୍ଷେପ ଓ ମଶା ଜନିତ ଅନ୍ୟରୋଗ ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଅନ୍ୟ ଦେଶମାନଙ୍କରେ ମ୍ୟାଲେରିଆ ନିୟନ୍ତ୍ରଣର ସଫଳ ମଡେଲ୍‌ଗୁଡ଼ିକୁ ଉଲ୍ଲେଖ କରି ସମସ୍ତଙ୍କୁ ସଚେତନ ରହିବାକୁ ଆହ୍ୱାନ କରିଥିଲେ । ଏଥି ସହ ମ୍ୟାଲେରିଆ ସମ୍ପର୍କିତ ଏକ କୁଇଜ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ପରିଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଟି ନାରାୟଣ ରାଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୱା ଇଜ ମେନ ଇଣ୍ଟରନ୍ୟାସନାଲ ଚେୟାରମ୍ଯାନ, ଆଡଭୋକେଟ ପ୍ରସନ୍ନ କୁମାର ନନ୍ଦଙ୍କ ସମେତ ବହୁ ସଂଖ୍ଯାରେ ଆଶାକର୍ମୀ ଓ ନର୍ସିଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।