କଟକ ( ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୬ : ଠିକାଦାର ବେପରୁଆ କାର୍ଯ୍ଯ ପାଇଁ ସାଳନ୍ଦୀ ନଦୀରେ ଜେଜେମା ଓ ନାତୁଣୀଙ୍କ ଜୀବନ ଗଲା। ଭଦ୍ରକ ଜିଲ୍ଲା ବ୍ଲକ ତଳଗୋପବିନ୍ଧା ପଞ୍ଚାୟତ ତଳଗୋପବିନ୍ଧା ପଦାସାହିରେ ଦୌପତି ବେହେରା (୮୨), ଲକ୍ଷ୍ମୀପ୍ରିୟା ବେହେରା (୧୫) ନଦୀରେ ପଡି ମୃତ୍ୟୁ ବରଣ କରିଛନ୍ତି। ସାଳନ୍ଦୀ ନଦୀ ପାଖକୁ ଦିନ ୧ ଘଟିକା ସମୟରେ ଆମ୍ବ ତୋଳିବାକୁ ଯାଇଥିବା ବେଳେ ଲକ୍ଷ୍ମୀପ୍ରିୟା (ନାତୁଣୀ )ର ନଦୀବନ୍ଧ ବହୁ ଉଚ୍ଚା ଥିବାରୁ ଗୋଡ ଖସିଯିବା ବେଳେ ସେ ଦ୍ରୌପଦୀ (ଜେଜେମା)ଙ୍କ ହାତକୁ ଧରି ପକାଇ ଥିବାବେଳେ ଦୁହିଁଙ୍କର ଗୋଡ ଖସି ଯାଇଥିଲା। ଦୁହେଁ ନଦୀ ଭିତରକୁ ଖସି ଯାଇଥିଲେ। ଘରକୁ ନ ଫେରିବାରୁ ଘରଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ନଦୀ ଭିତରୁ ତାଙ୍କ ମୃତ ଦେହ ପାଇଥିଲେ।

ଠିକାଦାରଙ୍କୁ ଦାୟୀ କରାଯାଇଛି। ନଦୀକୁ ଅଗଭୀର ଗାତ କରିଥିବା ଯୋଗୁଁ ସାମାନ୍ୟତମ ଅସଚେତନତା ପାଇଁ ଏପରି ଦୁଇଟି ଅମୁଲ୍ଯ ଜୀବନ ଝଡି ଯାଇଥିବା କୁହା ଯାଉଛି। ସେମାନଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳି ଯାଇଛି। ସରପଞ୍ଚ ସଞ୍ଜୀବ ବେହେରା, ପ୍ରାଣବନ୍ଧୁ ରାଉତ ଶ୍ରୀକାନ୍ତ ମହାଳିକ, ଗଙ୍ଗାଧର ବେହେରା, ରଞ୍ଜନ ମହାଳିକ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ହୋଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ଶବ ଜବତ କରିଛି। ଶନିବାର ଶବ ବ୍ୟବଛେଦ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |