କଟକ ( ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟପରିସରରେଥିବା ନୀଳମଣି ସଭାଗୃହରେ ଶୁକ୍ରବାର ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି l ବିଡ଼ିଓ ନିରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ଭାଟପଡ଼ା ସରପଞ୍ଚ ଶୁଭ୍ର ନାରାୟଣ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତର ୨୪୫ଜଣ ହିତାଧିକାରୀଙ୍କୁ ଅନ୍ତଦ୍ୟୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୩ମାସ ମଧ୍ୟରେ ଗୃହ ନିର୍ମାଣ କରିଥିବା ୧୦ହଜାର ଟଙ୍କା ଲେଖାଏଁର ପ୍ରୋତ୍ସାହନ ରାଶିର ଚେକ ବଣ୍ଟନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ଭାଜପା ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ସାଇଶରଣ ବେହେରା, ବରିଷ୍ଠ ନେତା ମୁକ୍ତିକାନ୍ତ ନାୟକ, ସରପଞ୍ଚ ସୁପ୍ରଭା ପାଣି, କୁନ୍ତଳା ମଲିକ, ନିହାରିକା ବିଶ୍ୱାଳ, ଚକ୍ରଧର ଦାସ, ଲଷ୍ମୀପ୍ରିୟା ସାମଲ,ସମିତିସଭ୍ୟ ଜୟପ୍ରକାଶ ମଲିକ,ଦେବେନ୍ଦ୍ର ଦାସ, ଭକ୍ତହରି ମଳିକଙ୍କ ସମେତ ସରୋଜ ନାୟକ, ରଞ୍ଜିତ ଜେନା, ଜୟନ୍ତ ନାୟକ ,ପ୍ରଦୀପ ସାହୁ ବିଭିନ୍ନ ମହିଳା ଗୋଷ୍ଠିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ଏବିଡ଼ିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଭୀଷ୍ମଦେଵ ଶଥପଥୀ ଓ ତନୁଜା ମିଶ୍ର,କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ,ଅଲେଖ ତିର୍କୀ,ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ସୌମ୍ୟାସୁଚରିତା ମହାନ୍ତି, ବିପିଏମ ରଶ୍ମିତା ନାୟକ, ସେଲିନା ନାୟକ, ପିଇଓ ଦୀନବନ୍ଧୁ ମହାନ୍ତି, ଡ.ଅରୁଣ ପଣ୍ଡା, ବିପିସି କୌଶିକ ଗିରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀର କର୍ମକର୍ତ୍ତା ଯୋଗଦେଇ ପଣା ବଣ୍ଟନ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ