ବାରଙ୍ଗ ବ୍ଲକ ଅନ୍ତର୍ଗତ ବ୍ରହ୍ମଣ ଝୋରିଲୋ ଅଞ୍ଚଳରୁ ୧୪୩ଟି ଗ୍ୟାସ୍ ଏବଂ ବାଙ୍କୀ ସୁବର୍ଣ୍ଣପୁର ଅଞ୍ଚଳରୁ ୧୬ଟି ଗ୍ୟାସସିଲିଣ୍ଡର୍ ଜବତ |
କଟକ ( ଉତ୍କଳ ନ୍ୟୁଜ ) ୨୭-୦୪-୨୦୨୬ : ଏଲ ପି ଜି ଗ୍ୟାସ୍ ସିଲିଣ୍ଡର୍ କଳାବଜାରୀ ରୋକାଯିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ ପ୍ରବର୍ତ୍ତନକାରୀ (ସ୍କ୍ୱାର୍ଡ) ଦଳ ସକ୍ରୀୟ ହୋଇ କାର୍ଯ୍ୟ କରୁଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେଙ୍କ ନିର୍ଦେଶକ୍ରମେ ଏହି ଦଳ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସଜାଗ ରହି କଳାବଜାରୀ ରୋକାଯିବା ପାଇଁ ତତ୍ପରତା ସହ ନିଷ୍ଠାପର ଭାବେ କାର୍ଯୟନିର୍ବାହ ପୂର୍ବକ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏଥି ସହ ନିଜେ ମଧ୍ୟ ପ୍ରତ୍ୟହ ସମୀକ୍ଷା କରୁଛନ୍ତି।ଆଜି ବାରଙ୍ଗ ବ୍ଲକ ସ୍ଥିତ ବ୍ରାହ୍ମଣଝିରିଲୋ ଅଞ୍ଚଳରେ କଳାବଜାରୀ ହେଉଥିବା ସଂବନ୍ଧରେ ସୂଚନା ପାଇ ଏହି ପ୍ରବର୍ତ୍ତନକାରୀ ଦଳ ସମ୍ପୂର୍ଣ୍ଣ ଛାନବିନ କରି ଅସିତ୍ ପାତ୍ର ଏବଂ ଅନିଲ ପତ୍ର, ଉଭୟଙ୍କ ପିତା ଅକ୍ଷୟ ପାତ୍ରଙ୍କ ଘରୁ ସମୁଦାୟ ୧୪୩ଟି ଗ୍ୟାସ୍ ସିଲିଣ୍ଡର୍ ଜବତ କରିଛି।ଏଥି ସହ ବାଙ୍କୀ ଉପଖଣ୍ଡ ସୁବର୍ଣ୍ଣପୁର ଅଞ୍ଚଳର ରମେଶ ଚନ୍ଦ୍ର ଖଟୁଆ ଘରୁ ସମୁଦାୟ ୧୬ଟି ଗ୍ୟାସ ସିଲିଣ୍ଡର୍ ଜବତ କରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରବର୍ତ୍ତନକାରୀ ଦଳର ଏହି ଚଢ଼ାଉ ବେଳେ ଜିଲ୍ଲା ଯୋଗାଣ କାର୍ଯ୍ୟଳୟର ଅଧିକାରୀ, ନିରୀକ୍ଷକ ତଥା ସ୍ଥାନୀୟ ପୋଲିସ ଅଧିକାରୀ ଓ ନିରୀକ୍ଷକ ଉପସ୍ଥିତ ଥିଲେ।