କଟକ ( ଉତ୍କଳ ନ୍ୟୁଜ ) ୨୯-୦୪-୨୦୨୬ : ଜିଲ୍ଲାରେ ସଡକ ସୁରକ୍ଷାକୁ ଦୃଢ କରିବା ଓ ଯାତାୟାତ ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶଙ୍କ ନିର୍ଦ୍ଦେଶ ରେ ଆଜି ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ଆଜି ଜୁଡିସିଆଲ ଛକ ନିକଟରେ ସମସ୍ତ ଯାନବାହାନ ଗୁଡିକୁ କଡାକଡି ଭାବେ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ଅନେକ ଚାଳକଙ୍କ ବିରୁଦ୍ଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଜରିମାନା ଆଦାୟ କରାଯାଇଥିଲା । ଏହି ଅଭିଯାନରେ ମାଲବାହୀ ଯାନ ରେ ଯାତ୍ରୀ ପରିବହନ, ହେଲମେଟ୍ ନ ପିନ୍ଧିବା, ମଦ୍ୟପାନ କରି ଗାଡି ଚଳାଇବା ଆଦି ମାମଲା ଚିହ୍ନଟ ହୋଇଛି। ଆଜିର ଏହି ଅଭିଯାନରେ ଅତିରିକ୍ତ କମିଶନର ପରିବହନ ବିଭାଗ ଶ୍ରୀ ଦୀପ୍ତି ରଞ୍ଜନ ପାତ୍ର , ଅତିରିକ୍ତ କମିଶନର ପରିବହନ ବିଭାଗ ଶ୍ରୀ ସମରେନ୍ଦ୍ର ପଟ୍ଟନାୟକ , ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ, ଡିଏସପି ରୋଡ୍ ସେଫ୍ଟି ଶ୍ରୀ ଦେବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନକୁ ଆହୁରି କଡାକଡି କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।