କଟକ ( ଉତ୍କଳ ନ୍ୟୁଜ ) ୦୪-୦୫-୨୦୨୬ : ବିଜେପିର ବଡ ବିଜୟ ।ଯାହାକୁ ନେଇ ଆଜି ସାରା ଦେଶ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଚୌଦ୍ଵାର ବିଜେପି ଇନ୍ଦ୍ରାଣୀ ପାଟଣା ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବକୁ ଜୋରଦାର ପାଳନ କରାଯାଇଛି । ଚୌଦ୍ଵାର କଟକ ର ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଦ୍ରାଣୀ ପାଟଣା ମଣ୍ଡଳ ପକ୍ଷରୁ ଚଷା ପଡା ଗ୍ରାମ ମହାନଦୀ କୂଳ ଚନ୍ଦନେଶ୍ୱର ମନ୍ଦିର ନିକଟରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ଦାମୋଦର ନାୟକ ,ବିଜେପି ଯୁବ ନେତା ଅମୂଲ୍ୟ ଦାସ ,ଦେବେନ୍ଦ୍ର ନାଥ ତରାଇ ,ରଞ୍ଜନ ସ୍ୱାଇଁ ଙ୍କ ସହ ପଞ୍ଚାୟତ ର ସମିତିସଭ୍ୟ ,ନ୍ୟାୟ ସରପଞ୍ଚ , ଶହ ଶହ ବିଜେପି କର୍ମୀ ଓ ମଣ୍ଡଳ ର ମହିଳା ମାନେ ଉପସ୍ଥିତ ରହି ବିଜୟ ଉତ୍ସବ ପାଳିଥିଲେ ।

ବିଜୟ ଉତ୍ସବ ର ଅନ୍ୟତମ ଆକର୍ଷଣ ସାଜିଥିଲେ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ମିଟୁ ମିଥୁନ । ପ୍ରଥମେ ମହାନଦୀ ୟୁଥ୍ କ୍ଳବ୍ ପରିସରରେ ଏକ ସଭା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ କର୍ମୀ ମାନେ ଚନ୍ଦନେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ । ବାଜା ବାଣ ଫୁଟା ଶବ୍ଦ ସାଙ୍ଗକୁ ଜୟ ଶ୍ରୀରାମ , ଭାରତ ମାତା କି ଜୟ ,ନରେନ୍ଦ୍ର ମୋଦୀ ଜିନ୍ଦାବାଦ୍ ,ନୟନ ମହାନ୍ତି ଜିନ୍ଦାବାଦ୍ ଧ୍ବନିରେ କମ୍ପୁଥିଲା ଅଞ୍ଚଳ ।ପରେ କର୍ମୀ ମାନେ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବକୁ ସଫଳତାର ସହ ଶେଷ କରିଥିଲେ ।