ଚୌଦ୍ଵାର ( ଉତ୍କଳ ନ୍ୟୁଜ ) ୦୫-୦୫-୨୦୨୬ : ବିଜେପିର ବଡ ବିଜୟ, ଯାହାକୁ ନେଇ ସାରା ଦେଶ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଚୌଦ୍ଵାର ବିଜେପି ଇନ୍ଦ୍ରାଣୀ ପାଟଣା ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବକୁ ଜୋରଦାର ପାଳନ କରାଯାଇଛି । ଚୌଦ୍ଵାର କଟକ ର ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତିଙ୍କ ଆହ୍ୱାନ କ୍ରମେ ଇନ୍ଦ୍ରାଣୀପାଟଣା ମଣ୍ଡଳ ପକ୍ଷରୁ ଚଷାପଡା ଗ୍ରାମ ମହାନଦୀ କୂଳ ଚନ୍ଦନେଶ୍ୱର ମନ୍ଦିର ନିକଟରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ଦାମୋଦର ନାୟକ ,ବିଜେପି ଯୁବ ନେତା ଅମୂଲ୍ୟ ଦାସ ,ଦେବେନ୍ଦ୍ର ନାଥ ତରାଇ ,ରଞ୍ଜନ ସ୍ୱାଇଁ ,ଭାଗିରଥୀ ସାହୁ , ମନୋଜ ଗୋଚ୍ଛାୟତ ଙ୍କ ସହ ପଞ୍ଚାୟତର ସମିତିସଭ୍ୟ ,ନ୍ୟାୟ ସରପଞ୍ଚ ,ଙ୍କ ସହ ୫ ସହ ରୁ ଉର୍ଧ ବିଜେପି କର୍ମୀ ଓ ମଣ୍ଡଳ ର ମହିଳା ମାନେ ଉପସ୍ଥିତ ରହି ବିଜୟ ଉତ୍ସବ ପାଳିଥିଲେ । ବିଜୟ ଉତ୍ସବ ର ଅନ୍ୟତମ ଆକର୍ଷଣ ସାଜିଥିଲେ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ମିଟୁ ମିଥୁନ । ଓଡ଼ିଶାର ଆରାଧ୍ୟ ପ୍ରଭୁ ଜଗନ୍ନାଥକୁ ନେଇ ଦିଦି ଖେଳ ଖେଳିବା ରୁ ତାଙ୍କ ସରକାରଙ୍କ ପତନ ହେଲା ବୋଲି ମିଟୁ ମିଥୁନ କହିଥିଲେ ।ଅନ୍ୟପକ୍ଷେ ଭାରତ ମାଟିରେ ହିନ୍ଦୁତ୍ଵକୁ ବାରମ୍ବାର କୁଠାର ଘାତ କରିବା ଦିଦି ଙ୍କୁ ମହଙ୍ଗା ପଡ଼ିଲା ବୋଲି କହିଥିଲେ ଯୁବ ନେତା ଅମୂଲ୍ୟ ଦାସ। ମହାନଦୀ ୟୁଥ୍ କ୍ଳବ୍ ପରିସରରେ ସଭା କରାଯାଇ ପରେ ଏକ ବିରାଟ ଶୋଭାଯାତ୍ରାରେ କର୍ମୀ ମାନେ ଚନ୍ଦନେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ । ବାଜା ବାଣରେ କମ୍ପୁଥିଲା ଅଞ୍ଚଳ ।ଏହା ସାଙ୍ଗକୁ ଜୟ ଶ୍ରୀରାମ , ଭାରତ ମାତା କି ଜୟ ,ନରେନ୍ଦ୍ର ମୋଦୀ ଜିନ୍ଦାବାଦ୍ ,ନୟନ ମହାନ୍ତି ଜିନ୍ଦାବାଦ୍ ଧ୍ବନିରେ ମଧ୍ୟ କମ୍ପୁଥିଲା ଅଞ୍ଚଳ ।

ପରେ କର୍ମୀ ମାନେ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବକୁ ସଫଳତାର ସହ ଶେଷ କରିଥିଲେ ।ମଙ୍ଗଳବାର ବିଜୟର ଦ୍ୱିତୀୟ ଦିନରେ ବିଜେପି ବରିଷ୍ଠ ନେତା ନୟନ ମହାନ୍ତି ଙ୍କ ଆହ୍ୱାନ କ୍ରମେ ଏକ ବାଇକ୍ ଶୋଭାଯାତ୍ରା କରାଯାଇଥିଲା । ଇନ୍ଦ୍ରାଣୀପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ ଙ୍କ ସହ ଯୁବ ନେତା ଅମୂଲ୍ୟ ଦାସ ,ଭାଗିରଥୀ ସାହୁ ,ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନ,ଦେବେନ୍ଦ୍ର ନାଥ ତରାଇ ,ନିରଞ୍ଜନ ମହାପାତ୍ର ,ମନୋଜ ଗୋଚ୍ଛାୟତ ,ଘନଶ୍ୟାମ ଗୋଚ୍ଛାୟତ , ଅନାମ ଦାସ , ଧନେଶ୍ୱର ନାୟକ ଙ୍କ ସହ ମଣ୍ଡଳ ର ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ଯୋଗଦେଇଥିଲେ ।ଚୌଦ୍ଵାର ନୂଆପାଟଣା ରୁ ଶୋଭାଯାତ୍ରା ବାହାରି ଢିଅ ସାହି , ଚଷାପଡା, ଜେନିପୂର୍,ଇନ୍ଦ୍ରାଣୀ ପାଟଣା , ବାଣୀପଦା ,ଦେବିନଗର ଆଦି ଗ୍ରାମ ପରିକ୍ରମା କରି ଚୌଦ୍ଵାର ରେ ଶେଷ କରିଥିଲେ ।