କଟକ ( ଉତ୍କଳ ନ୍ୟୁଜ ) ୦୫-୦୫-୨୦୨୬ : ଗ୍ୟାସ ଏଜେନ୍ସି ଗୋଦାମ ଘରୁ ସିଲିଣ୍ଡର ଚୋରୀ ଅଭିଯୋଗରେ ୨ ଜଣ ଗିରଫ୍ । ଏଥିସହ ସେମାନଙ୍କ ନିକଟରୁ ୫ଟି ସିଲିଣ୍ଡର ଜବତ୍ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନ ମହରମପୁର ରାସ୍ତା ପାର୍ଶ୍ୱରେ ଥିବା ଅରୂପାନନ୍ଦ ଗ୍ୟାସ ଏଜେନ୍ସିରୁ ଗତ ମାସ ୩୦ ତାରିଖ ରାତିରେ ୧୨ଟି ଗ୍ୟାସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଏସମ୍ପର୍କରେ ୧୬୦/୨୬ ନଂ ରେ ଏକ ମକଦ୍ଦମା ରୁଜୁକରି ହରିପୁର ଗ୍ରାମର ରାକେଶ ଜେନା ଓ ଚନ୍ଦନ ସାହୁଙ୍କୁ ମଙ୍ଗଳବାର ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫ଟି ଗ୍ୟାସ ସିଲିଣ୍ଡର ଜବତ କରିଥିବା ଜଣାପଡିଛି । ଚୋରମାନେ ଅରୂପାନନ୍ଦ ଗ୍ୟାସ ଏଜେନ୍ସି ଗୋଦାମ ଘରର ପ୍ରାଚୀର ଡେଇଁ ଭିତରକୁ ପଶି ୧୨ଟି ଗ୍ୟାସ ଚୋରି କରି ନେଇଥିଲେ । ଏନେଇ ଚଳିତ ମାସ ୧ ତାରିଖରେ ଗ୍ୟାସ ଏଜେନ୍ସି ମାଲିକ ମହରମପୁର ଗ୍ରାମର ନମିତା ନାୟକ ତିହିଡି଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଏପରି ସଫଳତା ପାଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |