କଟକ ( ଉତ୍କଳ ନ୍ୟୁଜ ) ୧୩-୦୫-୨୦୨୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇ ଯାଇଛି। ଏନେଇ ଚାନ୍ଦବାଲିର ମା କାଳୀ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ସହ ବିଜୁ ସ୍ମୃତି ଭବନ ପରିସରରେ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ନାରୀ ସୁରକ୍ଷା ଅଭିଯାନ ପାଇଁ ଏହି ସମାବେଶରେ ବିଜେଡି ଦଳର ରାଜ୍ୟ ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ରାଜ୍ୟ ଜିଲ୍ଲା ସ୍ତରୀୟ ଛାମୁଆ ନାରୀ ନେତ୍ରୀ ମାନେ ଯୋଗଦେଇ କେନ୍ଦ୍ର

ଓ ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ, ନାରୀ ନିର୍ଯାତନା ନିୟନ୍ତ୍ରଣ କରିବାରେ ଅସମର୍ଥ ଆଦି ନାରା ଦେଇ ସରକାରଙ୍କ ଉପରେ ବାର୍ଷିଥିଲେ। ଏହି ସଭାରେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଓ ବିଜେଡି ଦଳର ଛାମୁଆ ନାରୀ ନେତ୍ରୀମାନେ ଯୋଗଦେଇ ଓଡିଶାରେ ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ତିବ୍ର ସମାଲୋଚନା କରିଥିଲେ l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।