କଟକ ( ଉତ୍କଳ ନ୍ୟୁଜ ) ୧୬-୦୫-୨୦୨୬ : ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଏକଥା ଆମେ କହୁନୁ ରାତି ପାହିଲେ ଗଣମାଧ୍ୟମରେ ଯେପରି ଭାବେ ପୃଷ୍ଠା ବିମଣ୍ଡିତ ହେଉଛି ତାହା ଏହାର ପ୍ରମାଣ ଦେଇ ସାରିଛି । ରାଜନୈତିକ କ୍ଷେତ୍ରରେ କ’ଣ ତୃଟି ରହୁଛି ତାହା ସାଧାରଣରେ ଜଳଜଳ କରି ଦେଖା ଦେଉଛି । ପୋଲିସ ଅସୁରକ୍ଷିତ । ଏହାର ଜ୍ୱଳନ୍ତ ପ୍ରମାଣ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ । ଗତ ରବିବାର ରାତି ଅଧରେ କେତେକ ଉଦ୍ଭ୍ରାନ୍ତ ଯୁବକ ଆଇଆଇସି ରୋଜାଲିନ୍ ବେହେରା ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ସାରା ରାଜ୍ୟରେ ସଂପ୍ରତି ଚର୍ଚ୍ଚା ହେଉଛି । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଏଯାବତ କୌଣିସ ପଦକ୍ଷେପ ଗ୍ରହଣ କରାଯାଇନଥିବା ମଧ୍ୟ ଘଟଣା ସଂଗୀନ ଆଡକୁ ଗତି କରୁଛି । ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରୁନି ନାଁ ରାଜନୈତିକ ଚାପରେ ଏହା ଚାପି ହୋଇ ଯାଉଛି ଯାହାକୁ ନେଇ ସାଧାରଣରେ ବହୁମତ ପ୍ରକାଶ ପାଉଛି । ସେଦିନର ଘଟଣାକୁ ନେଇ ପୀରହାଟ ପୋଲିସ ପକ୍ଷରୁ ୬୦ ଜଣଙ୍କ ବିରୋଧରେ ଏକ ମାମଲା ୧୧୨/୨୬ ରୁଜୁ ହୋଇଥିବା ବେଳେ ତେବେ ଜିଲ୍ଲା ପୋଲିସ ମୁଖିଆ ଘଟଣାକୁ ନେଇ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ତାହାକୁ ଅନେଇ ବସିଛନ୍ତି ଅଞ୍ଚଳବାସୀ । ସୂଚନା ଅନୁଯାଇ, ଭଦ୍ରକ-ଚାନ୍ଦବାଲି ରାଜପଥ ସିନ୍ଦୋଳ ନିକଟରେ ୨ଟି କାର ସାମ୍ନାସାମ୍ନି ହୋଇଥିଲା । ଏହି ଘଟଣାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ପୀରହାଟ ଥାନା ଭିତରେ ସୃଷ୍ଟି ହୋଇଥିଲା ଏକ ଅପ୍ରୀତିକର ପରିସ୍ଥିତି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେକ ବ୍ୟକ୍ତି ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ । ଯେଉଁଥିରେ ଆଇଆଇସି ଓ ସମସ୍ତ ପୋଲିସ କର୍ମଚାରୀ ଅତିଷ୍ଠ ହୋଇ ଯାଇଥିଲେ । ଆଇଆଇସି ଉଭୟ ପକ୍ଷଙ୍କୁ ଅଲଗା ଅଲଗା ବସାଇ ଦେଇଥିଲେ । ଇତିମଧ୍ୟରେ ଗୋଟିଏ ପକ୍ଷ ସେମାନଙ୍କ ସମର୍ଥକମାନଙ୍କୁ ଡାକି ଦେଇଥିଲେ । ଯାହାଫଳରେ ଥାନା ପରିସରରେ ଭିଡ଼ ଜମିବା ସହିତ ବିଶୃଙ୍ଖଳା ଉପୁଜିଥିଲା । ସେହିପରି ଆଇଆଇସି ରୋଜାଲିନ ବେହେରା ଗୋଟିଏ ପକ୍ଷକୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝୁଥିବା ବେଳେ ଅପରପକ୍ଷ ଆମକୁ ପ୍ରଥମେ ନପଚାରି ତାଙ୍କୁ କାହିଁକି ପଚାରୁଛ ବୋଲି କହି ପାଟିତୁଣ୍ଡ କରିଥିଲେ । ପରେ ଥାନା ପରିସର ସାଜିଥିଲା ଗଣ୍ଡଗୋଳର କେନ୍ଦ୍ର । ଗଣ୍ଡଗୋଳରୁ କ୍ଷାନ୍ତ ରହିବାକୁ ଉଭୟ ପକ୍ଷକୁ ଆଇଆଇସି ପରାମର୍ଶ ଦେଉଥିବା ବେଳେ ଗୋଟିଏ ପକ୍ଷର କିଛି ବ୍ୟକ୍ତି ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । କେବଳ ସେତିକି ନୁହେଁ ବରଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର କରିଥିଲେ । ଶେଷରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ତିହିଡି ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ ବିଳମ୍ବିତ ରାତିରେ ପୀରହାଟ ଥାନାରେ ପହଂଚି ହସ୍ତକ୍ଷେପ କରିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ utkal nyuj |