କଟକ (ଉତ୍କଳ ନ୍ୟୁଜ ) ୧୬-୦୫-୨୦୨୬ : ବାରଙ୍ଗ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମ ନିକଟସ୍ଥ ରେଳ ଧାରଣା ପାର୍ଶ୍ବରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ରେଳବାଇ ପୁଲିସ। ସୂଚନାଯୋଗ୍ୟ ଶୁକ୍ରବାର ସକାଳୁ ବାରଙ୍ଗ ରୁ କଟକ ଅଭିମୁଖେ ଯାଇଥିବା ରେଳ ଧାରଣା ଗୋପପୁର ଗ୍ରାମ ନିକଟରେ ଉଭୟ ଯିବା ଆସିବା ଧାରଣାର ମଝିରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ମାନେ ଦେଖି ରେଳବାଇ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବାରଙ୍ଗ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ମୃତ ଯୁବକ ନିକଟରୁ ତାମିଲନାଡୁର ତିରକିଲାପରୀରୁ ସୋର ପର୍ଯ୍ୟନ୍ତ ଏକ ସାଧାରଣ ବର୍ଗର ଟିକଟ ଜବତ କରିଛି। ବାରଙ୍ଗରୁ ଉମା ଶଙ୍କର ଭଞ୍ଜ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |