କଟକ,(ଉତ୍କଳ ନ୍ୟୁଜ),୨୫.୬.୨୦୨୫ : ଲିଡ୍ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବାର ଚାପ ଆଗରେ ଏସବୁ ସ୍ମରଣୀୟ ସଫଳତା ଫିକା ପଡ଼ିଯାଇଛି। ସ୍କୋର୍ ବୋର୍ଡରେ ବଡ଼ ରନ୍ ସହ ପାଗ, ପରିବେଶ ଓ ପିଚ୍ ସବୁକିଛି ବୋଲିଂ ପାଇଁ ଅନୁକୂଳ ଥିଲେ ମଧ୍ୟ ଇଂଲଣ୍ଡ ଦ୍ବିତୀୟ ପାଳିର ୧୦ ୱିକେଟ୍ ଝାଡ଼ିବାରେ ଅସମର୍ଥ ହୋଇ ଭାରତ ଏଠାରେ ୫ ୱିକେଟ୍ରେ ପରାଜିତ ହୋଇଛି। ୫ ଶତକ ପରେ ବି ମ୍ୟାଚ୍ ହାରିବାରେ ୧୪୮ ବର୍ଷର ଟେଷ୍ଟ୍ ଇତିହାସରେ ପ୍ରଥମ ଦଳ ହୋଇଛି ଟିମ୍ ଇଣ୍ଡିଆ।