କଟକ,(ଉତ୍କଳ ନ୍ୟୁଜ),୨୯.୦୮.୨୦୨୫ : "ଗରମ, ଲାଗୁଛି , ମୁଁ ଛାତ ଉପରକୁ ଯାଉଛି | ପରେ ଆସି ଖାଇବି |" ଏମିତି କହି ଛାତ ଉପରକୁ ଗଲେ ,ହେଲେ ଆଉ ଫେରିଲେ ନାହିଁ | ସିଡ଼ି କବାଟ ବନ୍ଦ କରି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ | ଆଉ କ୍ଷଣକ ମଧ୍ୟରେ ପୋଡି ହୋଇଗଲେ | ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ମଞ୍ଜେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ | ମୃତ ଯୁବକଜଣଙ୍କ ହେଉଛନ୍ତି ପାଣ୍ଡରା ୱାର୍ଡ -୧୮ର ଦୀପକ ସାହୁ (୪୬) | ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି |ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଇଛି |ଏଥିପାଇଁ ସେ ଔଷଧ ଖାଉଥିଲେ | ହେଲେ ସେ କାହିଁକି ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଲେ , ଆତ୍ମାହୁତି ପଛର କାରଣ କଣ ତାହା ଏବେ ବି ଅସ୍ପଷ୍ଟ ରହିଛି |ସୂଚନାମୁତାବକ ,ଦୀପକ ଜଣେ ଆଇନଜୀବୀ ଥିଲେ ଏବଂ ପତ୍ନୀ ,୨ ସନ୍ତାନ ଓ ମାଙ୍କ ସହ ରହୁଥିଲେ |