କଟକ (ଉତ୍କଳ ନ୍ୟୁଜ ) ୪-୧୦-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ଖଣ୍ଡ ଭାଟପଡ଼ା ମଣ୍ଡଳରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶତାବ୍ଦୀ ଉଦଘାଟନ ଉତ୍ସଵ ବିଜୟା ଦଶମୀରେ ତିହିଡିରେ ଅନୁଷ୍ଠିତ ହୋଇଯାଇଛି। ୧୯୨୫ ମସିହା ବିଜୟା ଦଶମୀରେ ସଂଘର ସ୍ଥାପନା ହୋଇଥିଲା। ୨୦୨୫ ବିଜୟା ଦଶମୀରେ ୧୦୦ ବର୍ଷ ସଂଘକୁ ହୋଇଥିବାରୁ ଏହାର ଶତବାର୍ଷିକୀ ପାଳନ ଅବସରରେ ତିହିଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ସ୍ବୟଂ ସେବକ ମାନଙ୍କର ଏକ ସଞ୍ଚଳନ ବାହାରି ତିହିଡି ବଜାର, କଲେଜ ଛକ ଦେଇ ହରିପୁର, ତିହିଡି ଗ୍ରାମ ପରିକ୍ରମା କରି ତିହିଡି ଦୀନ ଦୟାଲ ଭବନରେ ପହଞ୍ଚି ଥିଲେ।ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ତିହିଡି ଖଣ୍ଡର କାର୍ଯ୍ୟବାହ ବସନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିଜୀବୀ ତଥା ସାମ୍ବାଦିକ ରାମ ନାରାୟଣ ନାୟକ, ମୁଖ୍ୟ ବକ୍ତା ଭଦ୍ରକ ଜିଲ୍ଲା ଧର୍ମ ରକ୍ଷା ସମିତି ସଂଯୋଜକ ପ୍ରଶାନ୍ତ ସାହୁ, ଖଣ୍ଡ ସଂଘ ଚାଳକ ଅର୍ଜୁନ ସେନାପତି ଉପସ୍ଥିତ ହୋଇ ସଙ୍ଘର ଇତିହାସ, ସ୍ୱୟଂ ସେବକ ମାନଙ୍କର ରାଷ୍ଟ୍ର ପାଇଁ ସେବା, ତ୍ୟାଗ, ବଳିଦାନ ଓ ସମର୍ପିତ ଜୀବନ ବିଷୟରେ ଆଲୋକପାତ କରିଥିଲେ। ସ୍ୱୟଂ ସେବକ ମାନଙ୍କ ଦ୍ୱାରା ଶରୀରିକ ପ୍ରଦର୍ଶନ, ବ୍ୟକ୍ତିଗତ ଗୀତ, ଅମୃତ ବଚନ ଓ ପ୍ରାର୍ଥନା କରାଯାଇଥିଲା। ଶେଷରେ ଗ୍ରାମ ବିକାଶ ଜିଲ୍ଲା ସଂଯୋଜକ କିଶୋର ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |