କଟକ,(ଉତ୍କଳ ନ୍ୟୁଜ),୪.୦୯.୨୦୨୫ : ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ନିଆଯାଇଛି | ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସଟି ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି |କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବକୁ ରଖାଜିଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବକୁ ଉଛେଦ କରାଯାଇଛି | ଏଥିସହିତ ୪୦ ପ୍ରତିଶତର ଏକ ନୂଆ ସ୍ଲାବ ଲାଗୁକରାଯାଇଛି , ଯାହା ହାନିକାରକ ପଦାର୍ଥ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀଗୁଡିକ ଉପରେ ଲାଗୁ କରାଯିବ | ନୂଆ ଜେଏସଟି ସ୍ଲାବ ଚଳିତ ବର୍ଷ ନବରାତ୍ରିର ପ୍ରଥମ ସେପ୍ଟେମ୍ବର ୨୨ରୁ ଲାଗୁ ହେବ | ଜିଏସଟି ସ୍ଲାବ କାମ ହେବାରୁ ରାଜ୍ୟଗୁଡିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି ୨୮ ପ୍ରତିଶତ ଜିଏସଟି ଓ ସେସ ବଳବତ୍ତର ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି | ଜିଏସଟି ହ୍ରାସ ଦ୍ୱାରା ଦେଶର ଚାଷୀ ,ସାଧାରଣ ଜନତା , ମଧ୍ୟବିତ୍ତ ପରିବାର , ଶ୍ରମ ସମ୍ବେଦନଶିଳ କ୍ଷେତ୍ର , ସ୍ୱାସ୍ଥ୍ୟ ,ଶିକ୍ଷା , ଅଟୋମୋବାଇଲ ,ଓ ଇଲେକ୍ଟ୍ରୋନିକ୍ସ ଅପ୍ଲାଏନସେସ କ୍ଷେତ୍ର ଉପକୃତ ହେବ |