କଟକ,(ଉତ୍କଳ ନ୍ୟୁଜ),୨.୦୮.୨୦୨୫ : ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ କମିସନ(ଇସି) ତାରିଖ ଘୋଷଣା କରିଛନ୍ତି | ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଫଳାଫଳ ମଧ୍ୟ ସେହିଦିନ ଘୋଷଣା ହେବ ବୋଲି କମିସନ କହିଛନ୍ତି | ଅଗଷ୍ଟ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଗଷ୍ଟ ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ | ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ଅଗଷ୍ଟ ୨୫ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ | ଯଦି ୧ରୁ ଅଧିକ ପ୍ରାର୍ଥୀ ରହିବେ ତେବେ ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ସଂସଦ ଭବନ ପ୍ରଥମ ମହଲାର ରୁମ ନମ୍ବର ଏଫ -୧୦୧ରେ ଭୋଟ ଗ୍ରହଣ ହେବ | ପ୍ରଥମ ଥର ପାଇଁ ନୂଆ ସଂସଦ ଭାବନାରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି |