ନ୍ୟୁ ଷ୍ଟିୱାର୍ଟ ସ୍କୁଲ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ |

19

କଟକ (ଉତ୍କଳ ନ୍ୟୁଜ ) ୧୬-୦୮-୨୦୨୫ : ରିଖ ମିଶନ ରୋଡ଼ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ବିଦ୍ୟାଳୟର ୭୯ ତମ ସ୍ୱାଧୀନତା ଦିବସ ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଉକ୍ତ କର୍ଯ୍ୟକ୍ରମର ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ I ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିକ୍ରମ ଏନ ଆଦାମସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ I କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଭେରେଣ୍ଡ ଅଜୟ କୁମାର ବେହେରା ଯୋଗ ଦେଇ ଭାରତ ର ସ୍ୱାଧୀନତା ଆନ୍ଦୋଳନ ରେ ବଳିଦାନ ଦେଇଥିବା ବୀର ପୁରୁଷ ମାନଙ୍କ ବିଷୟରେ ବୁଝାଇଥିଲେ I ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଵିଦ୍ୟାଲୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍କେଟିଂ ଓ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଜୁନିଅର ଓ ସିନିଅର କେ.ଜି. ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବେଶ ହୋଇ ଆସିଥିଲେ I

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂଯୋଜିକା ସୁମିତ୍ରା ପଣ୍ଡା ,ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ , ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ବେହେରା,ସୁସ୍ମିତା ପାତ୍ର,ରୀନା ଦେବୀ ,ମିତ୍ରବିନ୍ଦା ସାମନ୍ତରାୟ ପରିଚାଳନା କରିଥିଲେ I ବିଦ୍ୟାଳୟର ଛାତ୍ର ରୁଦ୍ର ନାରାୟଣ ସାହୁ ଓ ଛାତ୍ରୀ ତନାଜ଼ ଫାତିମା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ I ବିଦ୍ୟାଳୟର ସ୍କାଉଟ, ଗାଇଡ଼, ଛାତ୍ରଛାତ୍ରୀ ,ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନା ରେ ସାହାର୍ଯ୍ୟ କରିଥିଲେ I ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଆଭା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |