କଟକ,(ଉତ୍କଳ ନ୍ୟୁଜ) ୨୩.୦୮.୨୦୨୫ : ସମ୍ଭଲ ଶାହି ଜାମା ମସଜିଦ ମାମଲାରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ଏହିସହିତ ହିନ୍ଦୁ ଆବେଦନକରିଙ୍କଠାରୁ ଏନେଇ ଜବାବ ମାଗିଛନ୍ତି | ଜଷ୍ଟିସ ପି.ଏସ .ନରସିଂହ ଏବଂ ଏଏସି ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି | ମସଜିଦ କମିଟି ପକ୍ଷରୁ ଆଡ଼ଭୋକେଟ ହୁଜେଫା ଅହମଦୀଙ୍କ ପକ୍ଷରୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା | ଶାହି ମସଜିଦ ଉପାସନା ସ୍ଥଳ ଆଇନ ପରିସରଭୁକ୍ତ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଥିବା ଆବେଦନକୁ ବିଚାର କରିବାକୁ ମୁସଲିମ ପକ୍ଷରୁ କୁହାଯାଇଛି |