ଦରଦୀ ମଣିଷଙ୍କ ସ୍ମୃତିରେ ପ୍ରଦେଶ ସେବା ସଂଗଠନ ତରଫରୁ ବସ୍ତ୍ର ବଣ୍ଟନ।

125

କଟକ (ଉତ୍କଳ ନ୍ୟୁଜ ) ୮-୯-୨୦୨୫ : ସମାଜର ତଳ ସ୍ତରରେ ରହୁଥିବା ବାସ୍ତବ ଅସହାୟ ନିସ୍ୱଙ୍କୁ ଆଜିର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସର୍ବଦା ପ୍ରୟାସ ଜାରି ରଖି ଅସହାୟମାନଙ୍କର ଆଶା ବାଡ଼ି ସାଜିଥିବା ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ ଜଣେ ଦରଦୀ ମଣିଷଙ୍କ ସ୍ମୃତିରେ ଏକ ବସ୍ତ୍ର ବଣ୍ଟନ ଶିବିର ପିରହାଟ ପାଢ଼ୀସାହି ଠାରେ ଅନୁଷ୍ଠିତ ହୋଇ ଯାଇଛି ଅନୁଷ୍ଠିତ ହୋଇ ଯାଇଛି। ସଂଗଠନର ବରିଷ୍ଠ ଉପଦେଷ୍ଟା ବିଶ୍ୱଜିତ ସେନାପତିଙ୍କ ପିତା ତଥା ପୀରହାଟ ଅଞ୍ଚଳରେ ଘରେ ଘରେ ଜଣେ ଦରଦୀ ମଣିଷ ଭାବେ ପରିଚିତ ସ୍ବର୍ଗତ ବିଭୁତି ଭୁଷଣ ସେନାପତିଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମଟି ସଂଗଠନ ତରଫରୁ ଆୟୋଜନ କରା ଯାଇଥିଲା। ସ୍ବର୍ଗତ ସେନାପତି ସଦା ସର୍ବଦା ଦିନଦୁଃଖି ମାନଙ୍କର ସାଥି ଥିଲେ। ଜୀଵନରେ କୌଣସି ଅଭାବୀ ଲୋକଟିଏ କେବେ ତା ଅସୁବିଧା ସମାଧାନ ପାଇଁ ତାଙ୍କ ଠାରୁ ନିରାଶ ହୋଇ ଫେରି ନାହିଁ।ତାଙ୍କର ଏପରି ମହାନ ବ୍ୟକ୍ତିତ୍ୱକୁ ସ୍ମୃତି କରି ରଖିବା ପାଇଁ ସଂଗଠନ ଏହି ଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ ୬୭ ଜଣ ଅସହାୟ ମାଆମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା। ସଂଗଠନର ସଭାପତି ରଞ୍ଜନ ମିଶ୍ରଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଗଠନ ର କୋଷାଧକ୍ଷ ଆର୍ତ୍ତ ବଲ୍ଲବ ବାରିକ, ଅକ୍ଷୟ ରଣା, ପ୍ରହଲ୍ଲାଦ ପାଣିଗ୍ରାହୀ, ସମୀର ଓଝା, ବିବିଶ୍ୱଜିତ ସେନାପତି, ନରେନ୍ଦ୍ର ମହାନ୍ତି ଓ ଧିରେନ୍ଦ୍ର ବାରିକ ପ୍ରମୂଖ ପରିଚାଳନା କରିଥିଲେ। ସ୍ବର୍ଗତ ସେନାପତିଙ୍କ ସାନପୁଅ ବ୍ରଜକିଶୋର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |