ପ୍ରସିଦ୍ଧ ବଡଓଷା ଓ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ବାବା ଧବଳେଶ୍ୱର ଙ୍କ ପୀଠରେ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ |
କଟକ (ଉତ୍କଳ ନ୍ୟୁଜ ) ୨୩-୦୯-୨୦୨୫ : ପ୍ରସିଦ୍ଧ ବଡଓଷା ଓ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ବାବା ଧବଳେଶ୍ୱର ଙ୍କ ପୀଠରେ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି | ଚଳିତ ବର୍ଷ ୮ / ୧୦ /୨୦୨୫ ଠାରୁ ୫ /୧୧ /୨୦୨୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ,୧ /୧୧ /୨୦୨୫ ଠାରୁ ୫ /୧୧ /୨୦୨୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ, ୩ /୧୧ /୨୦୨୫ ସୋମବାର ଦିନ ବାବା ଧବଳେଶ୍ୱର ଙ୍କ ପୀଠରେ ବଡଓଷା ପାଳନ ସହିତ ୪ /୧୧ /୨୦୨୫ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ ଓ ୫ /୧୧ /୨୦୨୫ ରିଖ ଦିନ ଡ଼ଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ | କିଭଳି ଶାନ୍ତି ଶୃଙ୍ଖଳା ରେ ବଡଓଷା ଯାତ୍ରା ସମାପନ ହେବ ସେ ନେଇ ପୂଜକ ସମିତି, ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସହ ଆଲୋଚନା କରାଯାଇ ସ୍ଥିର କରାଗଲା | ଭକ୍ତ ମାନଙ୍କ ଦର୍ଶନ ଲାଗି ମନ୍ଦିର ଠାରୁ କଂକ୍ରିଟ ସେତୁ ଦେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବ୍ୟାରିକେଟ, ପୀଠର ବିଭିନ୍ନ ସ୍ଥାନରେ ସିସିଟିଭି, ଟ୍ରାଫିକ ବ୍ୟବସ୍ଥା, ଯାତ୍ରା ସମୟରେ ଧବଳେଶ୍ୱର ପୀଠକୁ ଯାତ୍ରୀ ଶ୍ରଦ୍ଧାଳୁଙ୍କ ଲାଗି କଟକ ଠାରୁ ସ୍ୱତନ୍ତ୍ର ବସ୍ ର ବ୍ୟବସ୍ଥା ସହ ବିଭିନ୍ନ ସ୍ଥାନରେ ସୁରକ୍ଷା ଲାଗି ବ୍ୟାପକ ପୋଲିସ ଫୋର୍ସ ଓ ପୋଲିସ ଅଧିକାରୀ ମୃତୟନ କରାଯିବ ବୋଲି ନିଷ୍ପତି କରାଯାଇଛି | ଆଠଗଡ଼ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |