BREAKING NEWS
- ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – “ଦ ଭିଲେଜ୍ ଷ୍ଟୋର”, କଟକ ଠାରେ ଉପମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ |
- ଚୌଦ୍ୱାର ବିରାଟ ମହୋତ୍ସବ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ ।
- ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର ଉଦଘାଟନ — ଗ୍ରାମୀଣ ଉତ୍ପାଦକଙ୍କ ପାଇଁ ନୂତନ ଆଶାର ଦ୍ୱାର ।
- ପ୍ରଥମ ଶକ୍ତି ପ୍ରଦର୍ଶନ କଲେ କଟକ ନଗର କଂଗ୍ରେସର ନବନିଯୁକ୍ତ ସଭାପତି ସାନ୍ତାୟନ ମିଶ୍ର |
- ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର ଦିବସ ପାଳିତ |
- ଲୋପାମୁଦ୍ରା ନାୟକ ତିହିଡି ଥାନାରେ ପ୍ରଥମ ମହିଳା ଆଇଆଇସି |
- ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ l
- ଓରମାସ୍ ପକ୍ଷରୁ ୨ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ : ଯୁବପିଢିଙ୍କୁ ପାରମ୍ପରିକ କୌଶଳରେ ସଶକ୍ତୀକରଣ |
- ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ |
- ହରିଶନ୍ଦ୍ର ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ |
ଆଞ୍ଚଳିକ
ହରିଶନ୍ଦ୍ର ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ |
କଟକ ( ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ହରିପୁର ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି, ରାଜନେତା ତଥା ପୁରାତନ ଛାତ୍ର ସଂସଦର ସଭାପତି ସରୋଜ କୁମାର ଦାସ, ସିଆରସିସି ତ୍ରିନାଥ ସେଠ ଓ ସମାଜସେବୀ ଶିବ ପ୍ରସାଦ ବଳ ସମ୍ମାନୀତ ଅତିଥି, ଡ. ଅମୂଲ୍ୟ କୁମାର ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଦୀନବନ୍ଧୁ ବାରିକ ଅତିଥିମାନଙ୍କୁ ମଞ୍ଚ ଆବାହନ କରିବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ରାମ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା କମିଟି ଅଧ୍ୟକ୍ଷ ସୁଶୀଲ କୁମାର ଦାସ, ଶିକ୍ଷୟିତ୍ରୀ ସାବିତ୍ରୀ ଖଟୁଆ, ଅଶୋକ କୁମାର ପାଣିଗ୍ରାହୀ, ଗୀତାଞ୍ଜଳି ଦାସ, ସୌଦାମିନୀ ସେଠୀ, ସୁଶ୍ରୀ ସଂଗୀତା ନାୟକ, ସସ୍ମିତା ବାରିକ ଓ ପ୍ରତିମା ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
ନରେନ୍ଦ୍ରପୁରରେ କାଳ ବୈଶାଖୀ ଓ କୁଆପଥର ମାଡ଼ରେ ଭାଙ୍ଗିଲା ୫୯ ଘର |
କଟକ ( ଉତ୍କଳ ନ୍ୟୁଜ ) ୦୯-୦୪-୨୦୨୬ : କାଳବୈଶାଖି ତାଣ୍ଡବ ଲୀଳା ଦେଖାଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଫଳରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ ନରେନ୍ଦ୍ରପୁର ପଞ୍ଚାୟତରେ ବହୁ କ୍ଷୟକ୍ଷତି ଘଟିଛି । କୁଆପଥର ମାଡରେ ମାଝୀସାହି ଓ ସାମଲସାହିରେ ଆଜବେଷ୍ଟସ ଛପରରେ ଗର୍ତ୍ତର୍ ସୃଷ୍ଟି ହୋଇଛି । ବାହାରେ ଥିବା ଗାଡ଼ି, ମୋଟର ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଯାଇଛି । ଜ୍ଞାନେନ୍ଦ ମାଝୀ, କୈଳାସ ମାଝୀ, ନିରଞ୍ଜନ ମାଝୀ, ସହଦେବ ମାଝୀ, ସନ୍ଥ ବେହେରା, ରାଜେନ୍ଦ୍ର ବେହେରା, ରମାକାନ୍ତ ମାଝୀ, ରାଜେନ୍ଦ୍ର ମାଝୀ, ବାବାଜୀ ମାଝୀ, ଶମ୍ଭୁନାଥ ମାଝୀ ପ୍ରମୁଖ ୫୯ ପରିବାର କ୍ଷତିଗ୍ରସ୍ତ ହୋଇଛି ।
ନରେନ୍ଦ୍ରପୁର ପଞ୍ଚାୟତରେ ଥିବା ବାବା ଗୋସାଇଁ ଗାଦିପୀଠ ଓ ସୀତାରାମ ଆଶ୍ରମରେ ଥିବା ଆଜବେଷ୍ଟସ ଘର ଗୁଡ଼ିକ ଭାଙ୍ଗିବା ସହ ଘର ଭିତରେ ପାଣି ପଶି ଆଶ୍ରମରେ ଥିବା ସାମଗ୍ରୀ ନଷ୍ଟ ହୋଇ ଯାଇଛି । ସରପଞ୍ଚ ମଧ୍ୟ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ଏହି ଖବର ପାଇବା ପରେ ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ଚାନ୍ଦବାଲି ବ୍ଲକ ସୁବାଶୀଷ ମଲିକ, ଦିଗମ୍ବର ଦାଶ, ଲକ୍ଷ୍ମୀ ମାଝୀ, ସୁଦର୍ଶନ ସ୍ୱାଇଁ, ଗଙ୍ଗାଧର ବାରିକ, ଭରତ ସୂତାର, ବସନ୍ତ ନାୟକ, ଅଭୟ ବିଶ୍ୱାଳ, ରମେଶ ବାରିକ ଓ ଶକ୍ତିପ୍ରସାଦ ବିଶ୍ୱାଳ ପ୍ରମୁଖ ଆଜି ଅପରାହ୍ନରେ ଘଟଣାସ୍ଥଳରେ ପହଂଚି ବିପନ୍ନ ମାନଙ୍କୁ ସମବେଦନା ଜଣାଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |

ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା |
କଟକ ( ଉତ୍କଳ ନ୍ୟୁଜ ) ୬-୦୪-୨୦୨୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଯୁବ କଂଗ୍ରେସ ଡାକରାରେ ଶତାଧିକ କଂଗ୍ରେସ କର୍ମୀ, ଛାତ୍ର କଂଗ୍ରେସ, ଯୁବକଂଗ୍ରେସ ଓ ମହିଳା କଂଗ୍ରେସ ସମସ୍ତ ଏକଜୁଟ ହୋଇ ଖେରଙ୍ଗ ବଜାର ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି ଚାନ୍ଦବାଲିସ୍ଥିତ ବିଜୁସ୍ମୃତି ଭବନ ଠାରେ ପହଂଚି ସେଠାରେ ନବ ନିଯୁକ୍ତ ବ୍ଲକ ସଭାପତି ସୁଭାଶିଷ ମଲ୍ଲିକଙ୍କ ଉଦେଶ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଛାତ୍ର ଉପସଭାପତି ଆଶିଷ କୁମାର ମାହୁନ୍ତଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାର ପରିଚାଳନା କରା ଯାଇଥିଲା । ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଯୁବ ସଭାପତି ରଂଜିତ ପାତ୍ର । ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ଚାନ୍ଦବାଲି ନେତା ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ଧାମନଗର ନେତା ଅଭିଷେକ ରାଉତ, ଦେବରୂପ ମହାନ୍ତି, ପୂର୍ବତନ ଛାତ୍ର ନେତା ବଳରାମ ରାଉତ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କିଣୁରାମ ଯେନା, ରମେଶ ଚନ୍ଦ୍ର ନାୟକ, ଧୀରେନ୍ଦ୍ର କୁମାର ବେହେରା, ରାଧାକାନ୍ତ ପାଢ଼ୀ, ବଦ୍ରିନାଥ ନାୟକ, ଶକ୍ତିପ୍ରତାପ ବିଶ୍ୱାଳ, ଦିଗମ୍ବର ସାହୁ ଓ ଅନ୍ୟ ଯୁବକର୍ମୀଙ୍କ ସହଯୋଗରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟ ଅତିଥିଙ୍କ ସମେତ ନବ ନିଯୁକ୍ତ ବ୍ଲକ ସଭାପତି ଓ ନବ ନିଯୁକ୍ତ ବ୍ଲକ କମିଟିର ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସୀତାଂଶୁ ନାୟକ, ଶରତ ଧଳ, ସୁରେନ୍ଦ୍ର ପାଢ଼ୀ, ଦୀପକ ଭୋଇ, ରାଜେଶ ସ୍ୱାଇଁ, ପୃଥ୍ୱୀରାଜ ନାୟକ, ସଂଗ୍ରାମ ଦାସ, ସୁରେନ୍ଦ୍ର ମହାନ୍ତି, ପ୍ରମିଳା ମାଝୀ, ଶ୍ରୀବାସ ଦାସ, ସୁକାନ୍ତ ଦାସ, ଦିଲ୍ଲୀପ ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ ବାରିକ, ସୁବାସ ମହାଳିକ, ତାରାକାନ୍ତ ସେଠୀ, ପ୍ରତାପ ସାମଲ, ମହମ୍ମଦ ୟାକୁବ, ସୁଶାନ୍ତ ସ୍ୱାଇଁ, ଅର୍ଜୁନି ବେହେରା, ରମେଶ ଓଝା, ଚଗୁଲୁ ବେହେରା, ପ୍ରକାଶ ବେହେରା, ନିମାଇଁ ଦାସ, ଗଦାଧର ନାୟକ,ଶଶିକାନ୍ତ ନାୟକ, ଆଶିଷ କୁମାର ଜେନା, ରାଜେଶ ବେହେରା ପ୍ରମୁଖ ଏହି ସଭାକୁ ସରସ ସୁନ୍ଦର ଓ ସଫଳ କରାଇଥିବା ଯୁବବନ୍ଧୁ ଓ କର୍ମୀମାନେ ସଭାଟିକୁ ସଫଳ କରାଇଥିଲେ ।

ଚାନ୍ଦବାଲିରେ କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ୨୦୨୬ |
କଟକ ( ଉତ୍କଳ ନ୍ୟୁଜ ) ୦୧-୦୪-୨୦୨୬: ଆରମ୍ଭ ହୋଇଛି କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ l ଚଳିତ ମାର୍ଚ୍ଚ ମାସ ୩୧ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ l ଚାନ୍ଦବାଲି ଦୁର୍ଗା ପଡିଆରେ ଆରମ୍ଭ ହୋଇଛି ଏହି ମହୋତ୍ସବ l ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଫେସର, ଡାକ୍ତର, ପରିବେଶବିତ, ଭଦ୍ରକ ଡ଼ିଏଫଓ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଲୋକନାଟ୍ୟ, ଲୋକନୃତ୍ୟ, ଭଜନ ଓ ଓଡ଼ଶୀ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ପ୍ରତ୍ୟେକ ଦିନ ସମାଜସେବା, ସାହିତ୍ୟ, ଶିକ୍ଷା, ଗଣମାଧ୍ୟମ କ୍ଷେତ୍ରରେ ଖ୍ୟାତିଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।